ବିଜେଡି ବୈଠକରେ କଂଗ୍ରେସ ନେତା ଆକ୍ରୋଶର ଶିକାର

ପାଟଣା,୩ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଜିଏନ୍‌ ହାଇସ୍କୁଲ ସମ୍ମୁଖରେ ରବିବାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କର୍ମୀ ସମ୍ମିଳନୀ ରାସ୍ତାକଡ଼ରେ ଚାଲିଥିବା ବେଳେ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିଲା। ବୈଠକ ଚାଲିଥିବା ବେଳେ ହଠାତ୍‌ ପାଟଣା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଇଂ.ବିଦ୍ୟାଧର ଦାଶ ପହଞ୍ଚି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ମିଟିଂ କରୁଛ କାହିଁକି କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ବିଜେଡିର ଶତାଧିକ ପୁରୁଷ ଓ ମହିଳା କର୍ମୀ ବିଦ୍ୟାଧର ଦାଶଙ୍କୁ ଘେରି ଯାଇଥିଲେ। ଫଳରେ କିଛି ସମୟ ପାଇଁ ହଟ୍ଟଗୋଳ ଓ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ନେତା ଶ୍ରୀ ଦାଶଙ୍କୁ ବିଜେଡି କର୍ମୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା।
ଏହି ବୈଠକରେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ସହ ବହୁ ଛାମୁଆ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର କେନ୍ଦୁଝରର ସମସ୍ତ ସ୍କୁଲ ଛୁଟି: ପିଲାଙ୍କ ଛୁଟି, ଶିକ୍ଷକ ରହିବେ ଉପସ୍ଥିତ  

କେନ୍ଦୁଝର,୨୫।୧୦(ନରେଶଚନ୍ଦ୍ର ପଟ୍ଟନାୟକ): ବାତ୍ୟା ଦୁର୍ବଳ ହୋଇଛି ସତ ହେଲେ ବିପଦ ଟଳିନି। ଏବେ ବି ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ବର୍ଷାର ଭୟ ଅଛି। ଏ ନେଇ ରେଡ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୩ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ବାତ୍ୟା ଦାନାବେଳେ ଆସିଲା ଖୁସି ଖବର

ପାଟଣା,୨୫।୧୦(ବୀରକିଶୋର ଦାଶ): ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା କରିବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରଶାସନ ଗୁରୁବାର ସନ୍ଧ୍ୟା ସୁଦ୍ଧା କଚା ଘରେ ରହୁଥିବା...

ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ, କହିଲେ…

ପାଟଣା,୨୫।୧୦(ବୀରକିଶୋର ଦାଶ): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପରେ ମଧ୍ୟ ଟଳିନି ବିପଦ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଶରଧାପୁର ଉଚ୍ଚ ପ୍ରାଥମିକ...

ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର...

କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ...

ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ,...

ପାଟଣାର ଝିଅ ପ୍ରିୟଦର୍ଶିନୀପାଇଲେ ଓଏଏସ୍: କହିଲେ ମହିଳା ସଶକ୍ତୀକରଣ ପାଇଁ…

ପାଟଣା,୨୨ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରୀୟଦର୍ଶିନୀ ନାଏକ ଓଡ଼ିଶା ପ୍ରଶାସନିକ ସେବାରେ ୬୫୬ ର଼୍ୟାଙ୍କ ରଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri