Categories: ଜାତୀୟ

କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ,୧୯ ।୧୨: କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ମାଗିଛନ୍ତି । ବିବେକ କଂଗ୍ରେସ ନେତା ରମେଶଙ୍କ ନାଁରେ କରିଥିବା ମାନହାନୀ ମାମଲାରେ ସେ କ୍ଷମା ମାଗିଥିବା ଜଣାପଡିଛି । ଗତବର୍ଷ ବିବେକ ଡୋଭାଲ ଜୟରାମ ରମେଶ ଓ କାରୱାଂ ମାଗାଜିନ ବିରୋଧରେ ଏକ ମାନହାନୀ ମାମଲା ଦାୟର କରିଥିଲେ । କାରଣ ମାଗାଜିନ ତାଙ୍କ ବିରୋଧରେ ଆପତ୍ତିଜନକ ଲେଖା ଛାପିଥିଲା । ଶନିବାର ବିବେକ ଡୋଭାଳ ସୂଚନା ଦେଇଛନ୍ତି କି ଜୟରାମ ରମେଶ କ୍ଷମା ମାଗିଛନ୍ତି ଯାହାକୁ ସେ ସ୍ୱୀକାର କରି ନେଇଛନ୍ତି । ହେଲେ କାରୱାଂ ପତ୍ରିକା ବିରୋଧରେ ମାନହାନୀ ମାମାଲା ଜାରି ରହିବ । ଅନ୍ୟପଟେ ଜୟରାମ ରମେଶ କହିଛନ୍ତି ସେ ବିବେକ ଡୋଭାଲଙ୍କ ବିରୋଧରେ କିଛି ଟିପ୍ପଣି ଦେଇଛନ୍ତି ଓ ନିର୍ବାଚନ ସମୟରେ ତାଙ୍କ ଉପରେ ଖୁବ୍ ଦୋଷ ଲଦିଛନ୍ତି । ହେଲେ ଏହା କରିବା ପୂର୍ବରୁ ମୋତେ ଯାଞ୍ଚ କରିବାର ଥିଲା ।

Share