ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ଜୟରାମ ରମେଶ ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ଏମପି ସନ୍ନି ଦଓ୍ବେଲଙ୍କ ବଙ୍ଗଳାର ଇ-ନିଲାମିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ସେ ଟୁଇଟ କରି କହିଛନ୍ତି ଯେ ଗତକାଲି ଦେଶ ଜାଣିବାକୁ ପାଇଲା ଯେ ତାଙ୍କ ଘର ନିଲାମ ହେବାକୁ ଯାଉଛି ଏବଂ ୨୪ଘଣ୍ଟା ମଧ୍ୟରେ ସେ ନିଲାମ ନୋଟିସ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।
ସେ ଟୁଇଟ କରି କହିଛନ୍ତି, ରବିବାର ଅପରାହ୍ନରେ ଦେଶ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ଅଫ ବରୋଦା ଭାଜପା ଏମପି ସନ୍ନି ଦଓ୍ବେଲଙ୍କ ଜୁହୁ ନିବାସକୁ ଇ-ନିଲାମ ପାଇଁ ରଖିଛି କାରଣ ସେ ବ୍ୟାଙ୍କକୁ ୫୬ କୋଟି ଟଙ୍କା ଋଣ ପରିଶୋଧ କରିନାହାଁନ୍ତି। ସୋମବାର ସକାଳେ, ୨୪ଘଣ୍ଟାରୁ କମ ସମୟ ମଧ୍ୟରେ ଦେଶ ଜାଣିବାକୁ ପାଇଲା ଯେ ‘ବୈଷୟିକ କାରଣ’ କାରଣରୁ ବ୍ୟାଙ୍କ ଅଫ ବରୋଦା ନିଲାମ ନୋଟିସ ପ୍ରତ୍ୟାହାର କରି ନେଇଛି। ଭାବନ୍ତୁ ଏହି ‘ବୈଷୟିକ କାରଣ’ର କାରଣ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ପରୋକ୍ଷରେ ସେ ଭାଜପା ସରକାରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି।