Categories: ଜାତୀୟ

ଅମିତ ଶାହାଙ୍କ ଘରେ ପହଞ୍ଚିଲେ ଜିତିନ୍‌ ପ୍ରସାଦ: ଭାଜପାରେ ହୋଇପାରନ୍ତି ସାମିଲ୍‌

ନୂଆଦିଲ୍ଲୀ,୯।୬। କଂଗ୍ରେସକୁ ପୁଣି ଲାଗିପାରେ ଝଟ୍‌କା। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ପରେ ଏବେ ଦଳ ଛାଡିଆପାରନ୍ତି ଆଉ ଜଣେ ହେବିଓ୍ବେଟ୍‌। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିବେ ବୋଲି ଜଣାପଡିଛି। ଏହାପୂର୍ବରୁ ଜିତିନ ପ୍ରସାଦ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ,ଭାଜପା ନେତା ଅନିଲ ବାଲୁନି ଟୁଇଟ୍‌ ଯୋଗେ କହିଛନ୍ତି ଯେ, ଆଜି ଜଣେ ବଡ଼ ନେତା ଭାଜପା ମୁଖ୍ୟାଳୟରେ ଦଳରେ ଦିନ ୧ରେ ସାମିଲ ହେବେ।

Share