Categories: ଜାତୀୟ

ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା

ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଦଳବଦଳ କାର୍ଯ୍ୟକ୍ରମ ହେବ। ଭାଜପା ନେତା ଅନିଲ ବାଲୁନି ଟୁଇଟ୍‌ ଯୋଗେ ଏହି ସୂଚନା ଦେଇଛି। ସେ ଟୁଇଟ କରି କହିଛନ୍ତି, ଆଜି ଜଣେ ବଡ଼ ନେତା ଭାଜପା ମୁଖ୍ୟାଳୟରେ ଦଳରେ ଦିନ ୧ରେ ସାମିଲ ହେବେ। ଅବଶ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ନେତାଙ୍କ ନାଁ ଘୋଷଣା କରାଯାଇ ନାହିଁ।

Share