Categories: ଜାତୀୟ

କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ

ଅହମଦାବାଦ,୯।୧: ବରିଷ୍ଠ କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗାନ୍ଧୀନଗର ସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତିନି ବର୍ଷ ଧରି ଅସୁସ୍ଥତା କାରଣରୁ ସେ ଘରୁ ବାହାରକୁ ଯିବା ଆସିବା କରୁ ନ ଥିଲେ। ସେ ଗୁଜରାଟର ୪ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୧ ଜୁନ୍‌ ୨୧ ରୁ ୧୯୯୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୨୭ ଜୁଲାଇ ୩୦ରେ ସେ ବରୋଦାର ପିଲୁଦାରାଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅବଦାନକୁ ଦେଶ ମନେ ରଖିବ ବୋଲି ସେ କହିଛନ୍ତି। ୧୯୭୪ ଡିସେମ୍ବର ୨୪ରୁ ୧୯୭୭ ଏପ୍ରିଲ୍‌ ୧୦ ପର୍ଯ୍ୟନ୍ତି ମାଧବ ସିଂ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Share