Categories: ଜାତୀୟ

‘ମୋଦି-ଶାହା ଆମ ସ୍କୁଲରେ ପାଠ ପଢିଛନ୍ତି’, ଲୋକ ସଭାରେ ମୋଦିଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଛତିଶଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ଦେଇନାହାଁନ୍ତି। ଏହା ବଦଳରେ ସେ ନେହେରୁ ଏବଂ କଂଗ୍ରେସ ନେତାମାନଙ୍କୁ ପରିହାସ କରିଛନ୍ତି।
ଖାର୍ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ସବୁକିଛି କରିଛନ୍ତି। ମୋଦୀ କ୍ଷମତାକୁ ଆସିବା ପରେ ଛତିଶଗଡରେ ବିଦ୍ୟୁତ, ବିଦ୍ୟାଳୟ ଇତ୍ୟାଦି ଆସିଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ମୋଦି ଏବଂ ଶାହା ଆମ ଦ୍ୱାରା ସ୍ଥାପିତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ କି ସେମାନେ ଲଣ୍ଡନ କିମ୍ବା ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନେ ଆମକୁ ପ୍ରଶ୍ନ କରୁଛନ୍ତିି ବିଗତ ୭୦ବର୍ଷରେ କଂଗ୍ରେସ ଦଳ କ’ଣ କରିଛି। ଆମେ କେବଳ ସବୁକୁ ସଠିକ ସ୍ଥାନରେ ରଖିଥାଉ। କଂଗ୍ରେସ ସଭାପତି ଛତିଶଗଡ଼ର ଜାଂଜଗିର-ଚମ୍ପାରେ ଦଳର ‘ଭରୋସେ କା ସମ୍ମେଳନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।

Share