ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥର ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଅମୃତସର ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବି ନିର୍ବାଚନ ହାରି ଯାଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ମଧ୍ୟ ଦୁଇଟି ଆସନ ଭଦୌଡ ଏବଂ ଚମକୌର ଆସନରୁ ପରାଜିତ ହୋଇଛନ୍ତି।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଏଏପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ପଞ୍ଜାବରେ ଏଏପି ୯୧, କଂଗ୍ରେସ ୧୭, ଅକାଳୀ ଦଳ ୬, ଭାଜପା ୨ ଏବଂ ସ୍ବାଧୀନ ପ୍ରାର୍ଥୀ ୧ ରେ ଆଗରେ ରହିଛନ୍ତି।

Share