Categories: ଜାତୀୟ

ଜେଲ୍‌ରେ ପ୍ରଥମ ରାତି କାଟିଲେ ସିଦ୍ଧୁ

ଚଣ୍ଡିଗଡ଼,୨୧।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପରେ ଜେଲ୍‌ରେ ତାଙ୍କର ପ୍ରଥମ ରାତି କଟିଛି। ସିଦ୍ଧୁଙ୍କୁ ପଟିଆଲା କେନ୍ଦ୍ରୀୟ ସଂଶୋଧନ ଗୃହକୁ ପଠାଯାଇଛି। ଏଠାରେ ତାଙ୍କୁ କଏଦୀ ସଂଖ୍ୟା ଏବଂ କକ୍ଷ ବଣ୍ଟନ କରାଯାଇଛି। ନବଜୋତ ସିଂ ସିଦ୍ଧୁଙ୍କୁ ୧୩୭୬୮୩ କଏଦୀ ନମ୍ବର ମିଳିଛି। ଉକ୍ତ କୋଠରୀରେ ତାଙ୍କ ସହିତ ଆଉ ୪ଜଣ କଏଦୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି କଏଦୀମାନଙ୍କ ମଧ୍ୟରେ ୨ଜଣ ପୂର୍ବତନ ପୋଲିସ ଏବଂ ୨ଜଣ ସାଧାରଣ ନାଗରିକ ଅଛନ୍ତି। ଯେଉଁମାନେ ବିଭିନ୍ନ ଅପରାଧ ପାଇଁ ଏଠାରେ ଦଣ୍ଡ ଭୋଗୁଛନ୍ତି। ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବଜ୍ୟୋତ ସିଂ ସିଦ୍ଧୁ ଜେଲ୍‌ରେ ପ୍ରଥମ ରାତିର ଖାଦ୍ୟ ଖାଇନାହାନ୍ତି। ଶୁକ୍ରବାର ସନ୍ଧ୍ୟାରେ ସେ ଡାକ୍ତରୀ ପରୀକ୍ଷା ସମୟରେ ଖାଦ୍ୟ ଖାଇଥିଲେ। ଏହାପରେ ସେ ଜେଲ୍‌ରେ ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ। ସିଦ୍ଧୁଙ୍କୁ ସାଧାରଣ ବନ୍ଦୀମାନଙ୍କ ଭଳି ଜେଲରେ ରଖାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ସିଦ୍ଧୁଙ୍କୁ ଗହମରୁ ଆଲର୍ଜି ଅଛି, ଯେଉଁଥିପାଇଁ ଶନିବାର ତାଙ୍କର ଟେଷ୍ଟ କରାଯିବ ବୋଲି ସୂଚନା ରହିଛି।

Share