Categories: ଜାତୀୟ

ମୁସେଓ୍ବାଲାଙ୍କ ପରିବାରକୁ ଭେଟିଲେ ସିଦ୍ଧୁ

ଚଣ୍ଡିଗଡ଼,୩।୪: ପଞ୍ଜାବର ଜେଲ୍‌ରୁ ମୁକୁଳିବା ପରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ପଞ୍ଜାବୀ ଗାୟକ ମୃତ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରଲୋକଙ୍କୁ ମନସାରେ ଭେଟିଛନ୍ତି। ପଟିଆଲା ସ୍ଥିତ ନିଜ ବାସଭବନରୁ ଦ୍ୱିପ୍ରହର ପ୍ରାୟ ୨ଟା ୧୫ରେ ବାହାରିବା ପରେ ସିଦ୍ଧୁ ସିଧଶ ମନସା ସ୍ଥିତ ମୁସେଓ୍ବାଲାଙ୍କ ଗାଁରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହ ଦଳର କିଛି ନେତା ମଧ୍ୟ ଥିଲେ। ମୁସେୱାଲାଙ୍କ ପରିବାରକୁ ଭେଟିବା ବେଳେ ସିଦ୍ଧୁ ପଞ୍ଜାବର ଏଏପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ଏଏପି ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯେକୌଣସି ସରକାର ହୁଅନ୍ତୁ ନା କାହିଁକି ଲୋକଙ୍କ ଜୀବନ ରକ୍ଷା କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ। ଏଠାରେ ସରକାର ଅପରାଧର ସୁରକ୍ଷା କରୁଛନ୍ତି ନା ଅପରାଧ କରୁଛନ୍ତି ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି।

Share