କଂଗ୍ରେସ ନେତ୍ରୀ ନିଖତଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର,୨୧।୧୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗତ ୧୬ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାର ଭିନ୍ନ ମୋଡ ନେଇଛି। ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦିକା ନିଖତ ପରବିନ ମାନସିକ ଚାପରେ ଗୁରୁବାର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିସିନ ବିଭାଗ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିବା ପରେ ୭୨ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖିଥିବା କହିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସେ ମୋବାଇଲରେ ମେସେଜ କରି ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

Share