ଇସ୍ତଫା ଦେଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ) : କଂଗ୍ରେସ ଦଳର ବରିଷ୍ଠ ନେତା ତଥା ନବରଙ୍ଗପୁରର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ସେ ଦଳ ଛାଡ଼ିଥିବା ଜଣାପଡ଼ିଛି। ସେ ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳରେ ଆଉ ଜନ ସେବା କରିବାର ସୁଯୋଗ ନାହିଁ, ବର୍ତ୍ତମାନ କୋରାପୁଟ ଜିଲା କଂଗ୍ରେସର ସ୍ଥିତି ଭୂଷୁଡି ଯାଇଛି ବୋଲି କାରଣ ଦର୍ଶାଇ ସେ ଦଳ ଛାଡ଼ିଛନ୍ତି। ତେବେ ସେ କେଉଁ ଦଳରେ ଯୋଗ ଦେବେ ନା ରାଜନୀତି ଛାଡ଼ିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।