Posted inଜାତୀୟ

ଜେପି ନଡ୍ଡା, ଅମିତ ମାଲବିୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରିୟଙ୍କ ଖାର୍ଗେ

ବେଙ୍ଗାଲୁରୁ, ୧୯।୬: କର୍ନାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ସେଲ ପ୍ରଭାରୀ ଅମିତ ମାଲବିୟ ଏବଂ ଚଣ୍ଡିଗଡ଼ ରାଜ୍ୟ ସଭାପତି ଅରୁଣ ସୁଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଭାଜପାର ଆଇଟି ହ୍ୟାଣ୍ଡେଲ ଦୀର୍ଘ ଦିନ ଧରି ବିଷ ବିସ୍ତାର କରି ମିଥ୍ୟା ଖବର ପ୍ରଚାର କରିଆସୁଥିଲା। ଅମିତ ମାଲବିୟଙ୍କ ଏକ ଆନିମେଶନ ଟୁଇଟକୁ ନେଇ ପ୍ରିୟଙ୍କା ଖାର୍ଗେ ଏହି ଅଭିଯୋଗ ଆଣିଛନ୍ତି।

ପ୍ରିୟଙ୍କ ଖାର୍ଗେ ଭାଜପା ନେତାମାନଙ୍କୁ କଂଗ୍ରେସ ଏବଂ ବରିଷ୍ଠ କଂଗ୍ରେସ ନେତାଙ୍କ ବିଷୟରେ ପ୍ରଚାର ପ୍ରସାର କରୁଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ପୋଲିସ ଷ୍ଟେଶନରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଅମିତ ମାଲବିୟଙ୍କ ଟୁଇଟ୍‌କୁ ବିରୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନିକଟରେ ଆଇଟି ମୁଖ୍ୟ ଅମିତ ମାଲବିୟ ୧୭ ଜୁନରେ ଟୁଇଟରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଥିଲେ- ରାହୁଲ ଗାନ୍ଧୀ ବିପଜ୍ଜନକ ଏବଂ ଏକ ଗୁପ୍ତ ଖେଳ ଖେଳୁଛନ୍ତି। ଏହି ଭିଡିଓ ସମ୍ପର୍କରେ ଖାଗେର୍ର୍ କହିଛନ୍ତି , ଏହି ଭିଡିଓ ମାଧ୍ୟମରେ କେବଳ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଇନାହିଁ, ବରଂ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବା ସହ ଦଳର ତଥା ଏହାର ନେତାଙ୍କ ବ୍ୟକ୍ତିତ୍ୱର ଭୁଲ ତଥ୍ୟ ଉପସ୍ଥାପନ କରିବାକୁ ମଧ୍ୟ ଚେଷ୍ଟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ବଢୁଛି hMPV ଭୂତାଣୁର ପ୍ରଭାବ! ଭାରତ ରଖିଛି କଡା ନଜର, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ,୪।୧: ଚାଇନାରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର ଭୟକୁ ଆହୁରି ବଢାଇ ଦେଇଛି ଯେ ଏହା କରୋନା ଜୀବାଣୁ ପରି ମହାମାରୀ ରୂପ...

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ପୋଲିସ ଅଧିକାରୀ!

ବେଙ୍ଗାଲୁରୁ,୪।୧: କର୍ନାଟକର ତୁମକୁରୁ ଜିଲାର ମଧୁଗୁରି ସବ ଡିଭିଜନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବି ରାମଚନ୍ଦ୍ରପ୍ପା ଜଣେ ମହିଳାଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବାରୁ ତାଙ୍କୁ ନିଲମ୍ବିତ...

ନୀତୀଶଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସଞ୍ଜୟ

ନୂଆଦିଲ୍ଲୀ,୪।୧: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ...

ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ବେଙ୍ଗାଲୁରୁ,୪।୧: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା...

ଓଡ଼ିଶାରେ ପ୍ରଥମଥର ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ଜାଣନ୍ତୁ କେଉଁଠୁ ଆସୁଛନ୍ତି ସବୁଠାରୁ ଅଧିକ NRI

ନୂଆଦିଲ୍ଲୀ,୪।୧: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଆୟୋଜିତ ହେଉଛି। ଭୁବନେଶ୍ୱରରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ,୪।୧: ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରାଯାଉଛି, ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି ଏବଂ ସେମାନଙ୍କୁ ଗିରଫ କରାଯାଉଥିବା ବେଳେ ଅନ୍ୟପଟେ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ

ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri