Categories: ଜାତୀୟ

ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ

ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା ନେଉନି। ଇତିମଧ୍ୟରେ ଦିଲ୍ଲୀରୁ ଏକ ବଡ ଖବର ସାମ୍ନାକୁ ଆସିଛି। ରାଜସ୍ଥାନ କଂଗ୍ରେସ ଉପରେ କ୍ରୋଧିତ ଥିବା ସଚିନ ପାଇଲଟ ନିଜ ଦାବି ନେଇ ଦିଲ୍ଲୀ ଯାଇଥିଲେ। ଦଳର ରଣନୀତିଜ୍ଞ ତଥା କଂଗେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଗତ ଶୁକ୍ରବାରରୁ ସଚିନ ଦିଲ୍ଲୀରେ ଡେରା ପକାଇଥିଲେ। ସଚିନ ଆଶା କରିଥିଲେ ଯେ, ଦଳର ହାଇକମାଣ୍ଡଙ୍କ ସହ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଭେଟିବେ। ହେଲେ ପ୍ରିୟଙ୍କା ଓ ରାହୁଲଙ୍କ ସହ ସାକ୍ଷାତକାର କରିବାକୁ ତାଙ୍କୁ ସମୟ ଦିଆଯାଇ ନ ଥିଲା। ଫଳରେ ବୁଧବାର ନିରାଶ ହୋଇ ସଚିନ ରାଜସ୍ଥାନକୁ ଫେରିଛନ୍ତି। ରାଜସ୍ଥାନର ପୂର୍ବତନ ପିସିସି ମୁଖ୍ୟ ସଚିନଙ୍କ ବିଶ୍ୱାସ ଥିଲା ଯେ, ପୂର୍ବରୁ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ସେ ଦେଇଥିବା ଦାବିକୁ ଗମ୍ଭୀରତାର ସହ ନିଆଯିବ ଏବଂ ସମସ୍ୟାର ସମାଧାନ ହେବ। ହେଲେ ସେଭଳି କିଛି ଘଟି ନ ଥିଲା। ଏଥିରୁ ସ୍ପଷ୍ଟ ଯେ, ଦିଲ୍ଲୀରେ ୬ଦିନ ଯାଏ ରହିବା ପରେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ।

Share