Categories: ଜାତୀୟ

ଅନିତା ଯାଦବଙ୍କୁ କାହିଁକି ଭେଟିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଲକ୍ଷ୍ନୌ,୧୭ ।୭: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି । ଶନିବାର ସକାଳେ ସେ ଲଖିମପୁର ଖିରି ପହଞ୍ଚିଲେ । ସେଠାରେ ପ୍ରିୟଙ୍କା କେତେଜଣ ମହିଳାଙ୍କୁ ଭେଟିଥିଲେ । ଯେଉଁମାନଙ୍କ ପ୍ରତି ପଞ୍ଚାୟତ ନିର୍ବାଚନ ସମୟରେ ଖରାପ ବ୍ୟବହାର କରାଯାଇଥିଲା ସେମାନଙ୍କ ସହ ପ୍ରିୟଙ୍କା କଥା ହୋଇଥିଲେ । ଏହାସହ ବ୍ଲକ ମୁଖ୍ୟ ନିର୍ବାଚନ ସମୟରେ ଅନିତା ଯାଦବଙ୍କ ସହ ଏଭଳି ଘଟଣା ଘଟିଥିଲା । ସମାଜବାଦୀ ପାର୍ଟି ପ୍ରାର୍ଥୀ ରିତୁ ସିଂ ବ୍ଲକ ମୁଖ୍ୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ସମୟରେ କେତେଜଣ ବ୍ୟକ୍ତି ତାଙ୍କ ଶାଢି ଟାଣିଥିବା ସେ ଅଭିଯୋଗ କରିଥିଲେ । ଏବେ କିନ୍ତୁ ପ୍ରିୟଙ୍କା ତାଙ୍କୁ ନ୍ୟାୟ ଦେବା କହିଥିବାରୁ ମହିଳାମାନେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

Share