Categories: ଜାତୀୟ

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: ନିକଟରେ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି। ଏବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି।
ସେ ତାଙ୍କ ଚିଠିରେ ଲେଖିଛନ୍ତି – ‘ହିମାଚଳ, ଦେବତାମାନଙ୍କର ଦେଶ ହେବା ବ୍ୟତୀତ, ସଚ୍ଚୋଟ, ସରଳ ଏବଂ ପରିଶ୍ରମୀ ଲୋକମାନଙ୍କର ମଧ୍ୟ ଏକ ରାଜ୍ୟ। ହିମାଚଳର ମହିଳା, କୃଷକ, କର୍ମଚାରୀ, ବ୍ୟବସାୟୀ ଏବଂ ଯୁବକମାନେ ବହୁତ ପରିଶ୍ରମୀ ଏବଂ ସ୍ବାଭିମାନି। ଆଜି ସେହି ଲୋକେ ବହୁ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ବ୍ୟାପକ କ୍ଷତି କରିଛି। ସମ୍ପ୍ରତି ମୁଁ ଶିମଲା, କୁଲୁ, ମନାଲି ଏବଂ ମାଣ୍ଡିରେ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକଙ୍କୁ ଭେଟିଥିଲି। ସବୁଆଡେ ବିନାଶ ଦେଖି ଏହା ଅତ୍ୟନ୍ତ ଦୁଃଖଦାୟକ। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୨୮ଜଣ ପ୍ରାଣ ହରାଇଛନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ବିପର୍ଯ୍ୟୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଛୋଟ ପିଲାମାନେ ମଧ୍ୟ ଅଛନ୍ତି, ଯେଉଁମାନେ ସେମାନଙ୍କ ମାଆମାନଙ୍କ ସହିତ ଶ୍ରାବଣର ଶେଷ ସୋମବାର ଦିନ ପୂଜାପାଠ କରିବାକୁ ଶିବ ମନ୍ଦିରକୁ ଯାଇଥିଲେ। ଏଭଳି ପରିସ୍ଥିତିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।

Share