Categories: Uncategorized

ଦେଶରେ ଗୋଟିଏ ଧର୍ମ ସହ ଆଉ ଏକ ଧର୍ମକୁ ଲଢେଇ କରାଯାଉଛି: ରାହୁଲ

ରାୟପୁର,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଛତିଶଗଡ଼ର ରାୟପୁର ଗସ୍ତ କରିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ପରୋକ୍ଷ ଭାବେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଏବେ ଯଦି ପ୍ରଶ୍ନଉଠେ ୭୦ ବର୍ଷ ମଧ୍ୟରେ ଦେଶରେ କ’ଣ ହୋଇଛି । ସେତେବେଳେ ଆମ କୃଷକ, ସେମାନଙ୍କ ମାତା-ପିତା, ଶ୍ରମିକ, ଛୋଟ ବ୍ୟବସାୟୀଙ୍କର ଅପମାନ କରାଯାଏ । କଂଗ୍ରେସ ଦଳର ଅପମାନ କରାଯାଏ ନାହିଁ । ଦେଶର ଗରିବ ଜନତା ଲହୁ ନିଗାଡି ଦେଶରେ ପରିବର୍ତ୍ତନ ଆଣିଲେ । ହେଲେ ଏବେ ଏମାନେ ଅର୍ଥାତ୍ କେନ୍ଦ୍ର ସରକାରଙ୍କୁ ପ୍ରରୋକ୍ଷରେ ଇଙ୍ଗିତ କରି ରାହୁଲ କହିଛନ୍ତି, ଏମାନେ ଏବେ ଏହି ଗରିବଙ୍କୁ ପର କରି ଦେଉଛନ୍ତି ଓ ୧୦୦-୨୦୦ ଲୋକଙ୍କୁ ଦେଶର ଅର୍ଥ ଧରାଇ ଦିଆଯାଉଛି । ଦେଶରେ ୧୦୦ ସବୁଠାରୁ ଧନୀ ଲୋକଙ୍କ ନିକଟରେ ୪୦ ପ୍ରତିଶତ ଜନସଂଖ୍ୟାଠାରୁ ଅଧିକ ଧନ ରହିଛି ।
ଏତିକିରେ ଥମି ନାହାନ୍ତି ରାହୁଲ, ସେ କହିଛନ୍ତି ଦେଶରେ ଗୋଟିଏ ଧର୍ମ ଆଉ ଏକ ଧର୍ମ ସହ ଲଢୁଛି । ଦେଶ ବାହାରର ଶକ୍ତି ବି ଏହା ଦେଖି କହୁଛନ୍ତି, ଭାରତ ଏବେ ଦୁର୍ବଳ ହୋଇଗଲାଣି । ଚାଇନାର ସେନା ଲଦ୍ଦାଖ ସୀମାରେ ଏଇଥି ପାଇଁ ପ୍ରବେଶ କରିପାରୁଛନ୍ତି କାରଣ ସେମାନେ ପ୍ରବେଶ କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି କେହି ଭିତରକୁ ପ୍ରବେଶ କରି ନାହାନ୍ତି ।