ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି ସରନେମ’ସହ ଜଡିତ ମାନହାନି ମାମଲାରେ ସୋମବାର ସୁରଟ କୋର୍ଟ ପହଞ୍ଚିବେ। ଏହି ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିବା ବେଳେ ସୋମବାର ସେ ଏହାକୁ ଚ୍ୟାଲେଞ୍ଜ କରି ଅପିଲ କରିବେ। କୁହାଯାଉଛି କି ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନୋତାମାନେ କୋର୍ଟକୁ ଯିବେ।
ରାହୁଲଙ୍କ କୋର୍ଟ ଗସ୍ତକୁ ନେଇ ଆଇନ ମନ୍ତ୍ରୀ କିରଣ ରିଜିଜୁ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି।ସେ ଟୁଇଟ କରି କହିଛନ୍ତି, ଅପିଲ କରିବାକୁ ରାହୁଲ ସୁରଟ ଯାଉଛନ୍ତି। ଏଥିପାଇଁ ବ୍ୟକ୍ତିଗତ ଭାବେ ସେ ଯିବାର ଆବଶ୍ୟକତା ନାହିଁ। ସାଧାରଣ ଭାବେ କୌଣସି ଅପରାଧି ବ୍ୟକ୍ତିଗତ ଭାବେ ଯାଆନ୍ତି ନାହିଁ। ତାଙ୍କ ସହ ତାଙ୍କ ସମର୍ଥକ ଓ ଅନ୍ୟ ନେତାମାନେ ଯିବା ଏକ ନାଟକ। ରାହୁଲ ଯାହା କରୁଛନ୍ତି ତାହା କେବଳ କୋର୍ଟ ଉପରେ ଚାପ ପକାଇଭା ଭଳି ଲାଗୁଛି।