Categories: ଜାତୀୟ

୨୦୨୪ ଲୋକ ସଭା ନିର୍ବାଚନ ଲଢିପାରିବେ ରାହୁଲ ଗାନ୍ଧୀ, ଫେରିବ ଲୋକ ସଭା ସଦସ୍ୟତା

ନୂଆଦିଲ୍ଲୀ,୪।୮: ମୋଦି ଉପନାମ ବା ସରନେମ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ଅଦାଲତ ଶୁଣାଣି ସମୟରେ କହିଛନ୍ତି ଯେ ତାଙ୍କ ଦୁଇ ବର୍ଷର ଦଣ୍ଡ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ରୋକ ରହିବ।

ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ରହିତାଦେଶ କେବଳ କଂଗ୍ରେସ ପାଇଁ ନୁହେଁ, ବରଂ ବିରୋଧୀ ଦଳ I.N.D.I.A. ପାଇଁ ଏକ ଆଶ୍ୱସ୍ତିର ଖବର। ବାସ୍ତବରେ, ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଦଣ୍ଡିତ କରାଯିବା ପରେ ତାଙ୍କ ଲୋକ ସଭା ସଦସ୍ୟତା ବାତିଲ ହୋଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦଣ୍ଡବିଧାନ ଉପରେ ରୋକ ପରେ ରାହୁଲଙ୍କ ସଦସ୍ୟତା ପୁଣଇ ଫେରି ଆସିବ। ଏହା ସହିତ ସେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ମଧ୍ୟ ଅଂଶଗ୍ରହଣ କରିପାରିବେ।
ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ କାହିଁକି ସର୍ବାଧିକ ଦଣ୍ଡ ଦିଆଗଲା ତାହା ଜାଣିବାକୁ ଚାହୁଁଛି। ଯଦି ବିଚାରପତି ରାହୁଲଙ୍କୁ ୧ବର୍ଷ ୧୧ମାସ ଦଣ୍ଡିତ କରିଥାନ୍ତେ, ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଅଯୋଗ୍ୟ ହୋଇ ନ ଥାନ୍ତା।
ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି। ଏହି ଦଣ୍ଡ ପାଇବା ପରେ ତାଙ୍କୁ ଲୋକ ସଭାର ସଦସ୍ୟତାରୁ ଅଯୋଗ୍ୟ କରାଯାଇଥିଲା। ସର୍ବୋଚ୍ଚ ନିଷ୍ପତ୍ତି ପରେ ବର୍ତ୍ତମାନ ରାହୁଲଙ୍କ ଲୋକ ସଭା ସଦସ୍ୟତା ପୁନଃ ସ୍ଥାପିତ ହେବେ। ଏହା ସହିତ କୋର୍ଟଙ୍କ ନିଷ୍ପତ୍ତିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ରାହୁଲ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Share