Categories: ଜାତୀୟ

ପ୍ରତ୍ୟେକ ମିନିଟ୍‌ ମୂଲ୍ୟବାନ: ରାହୁଲ

ନୂଆଦିଲ୍ଲୀ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୬ଷ୍ଠ ଦିନରେ ପହଞ୍ଚିଛି। ରାଜଧାନୀ କ୍ୱିଭ ଦଖଲ ପାଇଁ ରୁଷିଆ ସୈନ୍ୟମାନେ ଲଗାତର ବୋମା ବିସ୍ଫୋରଣ ସହ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ଖାର୍କ୍ୱିଭରେ ରୁଷିଆ ସୈନ୍ୟଙ୍କ ଗୁଳିରେ ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ର ନବୀନ ଏସ୍‌ଜିଙ୍କ ମୃତ୍ୟୁ ହୋଇଛି। ତେବେ ଛାତ୍ରଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରିବାର ଓ ସାଙ୍ଗମାନଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଭାରତୀୟଙ୍କୁ ୟୁକ୍ରେନରୁ ନିରାପଦ ସ୍ଥାନାନ୍ତର ପାଇଁ ଭାରତ ସରକାର ଏକ ରଣନୀତିକ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ରାହୁଲ ଦୋହରାଇଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ୟୁକ୍ରେନରେ ଭାରତୀୟଙ୍କ ଲାଗି ପ୍ରତ୍ୟେକ ମିନିଟ୍‌ ମୂଲ୍ୟବାନ। ତେଣୁ ଭାରତ ସରକାର ଉଚିତ୍‌ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ରାହୁଲ କହିଛନ୍ତି।

Share