Categories: ଜାତୀୟ

ନିଜ ଜୀବନ ନିଜେ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ମୋଦି ମୟୂର ସହ ବ୍ୟସ୍ତ ଅଛନ୍ତି: ରାହୁଲ

ନୂଆଦିଲ୍ଲୀ,୧୪।୯: ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଟୁଇଟ୍‌ ଯୋଗେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଆତ୍ମର୍ନିଭରଶୀଳ ହୁଅ ଅର୍ଥାତ୍‌ ନିଜ ଜୀବନ ନିଜେ ବଞ୍ଚାଅ, ପ୍ରଧାନମନ୍ତ୍ରୀ ମୟୂର ସହିତ ବ୍ୟସ୍ତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ସପ୍ତାହରେ କରୋନା ସଂକ୍ରମଣ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିବ ଏବଂ ୧୦ ଲକ୍ଷ ସକ୍ରିୟ ମାମଲା ହେବ। ଯୋଜନାବଦ୍ଧ ଲକ୍‌ଡାଉନ୍‌ ଜଣେ ବ୍ୟକ୍ତିର ଅହଙ୍କାରର ଉତ୍ପାଦ, ଏହାଦ୍ୱାରା ସାରା ଦେଶରେ କରୋନା ମାଡିଗଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏଥର ସଂସଦର ମୌସୁମୀ ଅଧିବେଶନରେ କରୋନା ଏବଂ ଚାଇନା ସୀମା ବିବାଦ ଭଳି ପ୍ରସଙ୍ଗରେ ବିରୋଧୀ ମୋଦୀ ସରକାରଙ୍କୁ ଘେରି ରହିବାକୁ ପ୍ରସ୍ତୁତ ହେଉଛନ୍ତି। ରାହୁଲ କିନ୍ତୁ ଏଥର ଅଧିବେଶନରେ ଅନୁପସ୍ଥିତ ରହିବେ। ନିଜ ମା’ ତଥା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ପାଇଁ ଦେଶ ବାହାରେ ଅଛନ୍ତି।

Share