ଲକ୍ଷ୍ନୌ,୧୯।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ମାନହାନି ମାମଲା ସାମ୍ନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବେ। ସୋମବାର (ଫେବୃଆରୀ ୧୯) ରେ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମଙ୍ଗଳବାର (ଫେବୃଆରୀ ୨୦) ରେ ରାହୁଲ ଗାନ୍ଧୀଙ୍କ ଉତ୍ତରପ୍ରଦେଶରେ ଚାଲିଥିବା ଯାତ୍ରା ଏକ ଦିନ ପାଇଁ ବନ୍ଦ ହେବ, କାରଣ ସେ ସୁଲତାନପୁରର ଏକ ସିଭିଲ କୋର୍ଟରେ ହାଜର ହେବେ ଏବଂ ମାନହାନି ମାମଲାରେ ତାଙ୍କ ବିରୋଧରେ ଦିଆଯାଇଥିବା ସମନ ଉପରେ ଜବାବ ଦେବେ।
୨୦୧୮ରେ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାଜପା ନେତା ବିଜୟ ମିଶ୍ରା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏହି ମାମଲାରେ ସୁଲତାନଗଞ୍ଜ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି।
ଜୟରାମ ରମେଶ ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସର ଏକ ପୋଷ୍ଟରେ କହିଛନ୍ତି, ଭାରତ ଯୋଡୋ ନ୍ୟାୟ ଯାତ୍ରା ମଙ୍ଗଳବାର ଆଉ ଏକ ବିରତି ନେବ। ଭାଜପା ନେତାଙ୍କ ମାନହାନି ମାମଲାରେ ରାହୁଲ ଗାନ୍ଧୀ ସୁଲତାନପୁରର ସିଭିଲ କୋର୍ଟରେ ହାଜର ହେବେ।