Posted inଜାତୀୟ

ବିଦେଶରୁ ଆଜି ଭାରତ ଫେରିବେ ରାହୁଲ

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସାରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିବାକୁ ଯାଉଛନ୍ତି। ଏନେଇ କଂଗ୍ରେସ ପାର୍ଟି ସୂତ୍ରରୁ ସୂଚନା ଜାରି ହୋଇଛି। ରାହୁଲଙ୍କ ଦୀର୍ଘ ବିଦେଶ ଗସ୍ତ ଉପରେ ଭାଜପା ପ୍ରଶ୍ନ ଉଠାଇଛି। ଗତ ମାସରେ ରାହୁଲ ଗାନ୍ଧୀ ୬ ଦିନିଆ ଆମେରିକୀୟ ଗସ୍ତରେ ଯାଇଥିଲେ କିନ୍ତୁ ଏଥର ପ୍ରାୟ ୨୧ ଦିନ ବିଦେଶ ଗସ୍ତରେ ରହିବା ପରେ ଆଜି ଭାରତ ଫେରିବେ ବୋଲି ଜଣାପଡିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୩ ଜୁନରେ ପାଟନାରେ ବିରୋଧୀ ଦଳର ବୈଠକ ଡାକିଛନ୍ତି। ରାହୁଲ ଗାନ୍ଧୀ ଏହା ପୂର୍ବରୁ ଭାରତ ଫେରୁଛନ୍ତି। ରାହୁଲଙ୍କ ଲମ୍ବା ବିଦେଶ ଯାତ୍ରାକୁ ନେଇ ମଙ୍ଗଳବାର ଭାଜପା ଆଇସି ସେଲ ମୁଖ୍ୟ ଅମିତ ମାଲବିୟ ମଙ୍ଗଳବାର ଟୁଇଟ କରି ପ୍ରଶ୍ନ କରିଛନ୍ତି। ଟୁଇଟରେ କହିଛନ୍ତି, ରାହୁଲ ଗାନ୍ଧୀ କାହିଁକି ବିଦେଶରେ ଏତେ ସମୟ ବିତାଉଛନ୍ତି, ବିଶେଷ କରି ତାଙ୍କ ଭ୍ରମଣର ଏକ ବଡ଼ ଅଂଶ ରହସ୍ୟମୟ। ବିଦେଶୀ ଏଜେନ୍ସି ଏବଂ ଗୋଷ୍ଠୀ ସହିତ ତାଙ୍କର ଗୁପ୍ତ ବୈଠକର ଏକାଧିକ ରିପୋର୍ଟ ଭାରତର ସ୍ବାର୍ଥ ବିରୋଧରେ ଏହି ଗସ୍ତର ଉଦ୍ଦେଶ୍ୟ ବିଷୟରେ ପ୍ରଶ୍ନ ଉଠୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

‘RSS ଆତଙ୍କବାଦୀ ସଙ୍ଗଠନ, ଶାଖାରେ ଶିଖାଯାଉଛି ଭୁଲ କଥା’, କଂଗ୍ରେସ ନେତାଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଏମପି ହୁସେନ ଦଲୱାଇ ଶନିବାର (ମାର୍ଚ୍ଚ ୧୫, ୨୦୨୫) ତୁଷାର ଗାନ୍ଧୀ, ଅସଦୁଦ୍ଦିନ ଓଓ୍ବାଇସି ଏବଂ...

ଭାଜପାର ବଡ଼ ଅଭିଯୋଗ, କହିଲା ହିଂସା ଲୁଚାଉଛନ୍ତି ମମତା ସରକାର

କୋଲକାତା,୧୫।୩: ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କିଛି ଅଞ୍ଚଳରେ ଶନିବାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ...

ଚେତାବନୀ ଜାରି କଲା ପାଣିପାଗ ବିଭାଗ, ହିମାଚଳରେ ଆସିବ ନୂଆ ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image