Categories: ଜାତୀୟ

ମଙ୍ଗଳବାର ମୁସେୱାଲା ପରିବାରଙ୍କୁ ଭେଟିବେ ରାହୁଲ

ନୂଆଦିଲ୍ଲୀ,୬ ।୬: କଂଗେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପଞ୍ଜାବ ମାନସାର ମୁସା ଗାଁ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି । ସେଠାରେ ସେ ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବେ । ତେବେ ଏହା ପୂର୍ବରୁ କେତେଜଣ ନେତା ମୁସେୱାଲାଙ୍କ ପରିବାର ସହ ସାକ୍ଷାତ୍ କରିସାରିଛନ୍ତି । ସୋମବାର ରାଜସ୍ଥାନର କଂଗ୍ରେସ ନେତା ସଚ୍ଚିନ ପାଇଲଟ ଓ ହରିୟାଣା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମପି ଡା. ଅଶୋକ ତମ୍ବର ପରିବାର ସହ ମୁସେୱାଲାଙ୍କ ଘରେ ପହଞ୍ଚି ତାଙ୍କ ହତ୍ୟାର ନିନ୍ଦା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ ।
ସୂଚନାଯୋଗ୍ୟ, ମେ’ ୨୯ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ କେତେଜଣ ଅଜ୍ଞାତ ବନ୍ଧୁକଧାରି ଗୁଳିରି ହତ୍ୟା କରିଥିଲେ । ଏହି ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା ।

Share