Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ଦେଶ:ଆଲମ

ଲକ୍ଷ୍ନୌ,୧୫।୯: ଉତ୍ତରପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶାହନୱାଜ  ଆଲମ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ‘ଇଣ୍ଡିଆ’ ମେଣ୍ଟର ସ୍ବାଭାବିକ ନେତା। ଦେଶର ଲୋକମାନେ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।

ଏହା ସହିତ ଗାଜିପୁରରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଓ ସଂକଳ୍ପ’ ବୈଠକରେ ଆଲମ କହିଛନ୍ତି ,  ୨୦୨୪ ନିର୍ବାଚନରେ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ସମ୍ବିଧାନକୁ ବଞ୍ଚାଇବା,  ଯଦି କଂଗ୍ରେସର ନେତୃତ୍ୱରେ ସରକାର ଗଠନ ହୁଏ ତେବେ ସମ୍ବିଧାନ ବଞ୍ଚିବ। ଯଦି ଭାଜପା ଆସେ ତେବେ ସମ୍ବିଧାନ ଶେଷ ହୋଇଯିବ। ସମ୍ବିଧାନ ଶେଷ ହେଲେ ସଂରକ୍ଷଣ ସମାପ୍ତ ହେବ ଏବଂ ଦୁର୍ବଳ ବିଭାଗର ଲୋକମାନେ ପୁନର୍ବାର ହଜାରେ ବର୍ଷ ପୁରୁଣା ବ୍ୟବସ୍ଥାକୁ ଫେରିଯିବେ।

Share