Categories: ଜାତୀୟ

ପୂର୍ବତନ ବାଚସ୍ପତିଙ୍କୁ ମୃତ୍ୟୁ ଘୋଷଣା କଲେ ଶଶି ଥରୁର, ବିରୋଧ ପରେ ହଟାଇଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୪: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଗୁରୁବାର ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ଦେହାନ୍ତ ସମ୍ପର୍କରେ ଏକ ଟୁଇଟ୍‌ କରି ଫଶି ଯାଇଛନ୍ତି। ଏହି ଟୁଇଟ ପରେ ଭାଜପା କହିଛି ଯେ, ଏହି ଖବର ଏକ ଗୁଜବ ଥିଲା। ସୁମିତ୍ରା ମହାଜନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ସୂଚନା ପରେ ଶଶି ଥରୁର ଏବେ ତାଙ୍କ ଟୁଇଟ୍‌କୁ ଡିଲିଟ କରିଛନ୍ତି। ତାଙ୍କର ପୁରୁଣା ଟୁଇଟ ଡିଲିଟ କରି ଥରୁର କହିଛନ୍ତି ଯେ ସୁମିତ୍ରା ମହାଜନଙ୍କ ସୁସ୍ଥ ବିଷୟରେ ସୂଚନା ପାଇବା ପରେ ସେ ଆଶ୍ୱସ୍ତି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଯଦି ନିଆଁ ଏହିପରି ହୁଏ ତେବେ ଏହା ମୋ ପାଇଁ ଏକ ଆରାମଦାୟକ ଖବର। ମୁଁ ଏହି ସୂଚନା ବିଶ୍ୱାସଯୋଗ୍ୟ ଉତ୍ସରୁ ପାଇଥିଲି। ଏହି ଟୁଇଟ୍‌ ଡିଲିଟ୍‌ କରି ମୁଁ ବହୁତ ଖୁସି ଏବଂ ଦୁଃଖିତ ଯେ ଏପରି ଗୁଜବ ଖବର ମୋତେ ମିଳିଥିଲା। ସୂଚନାଯୋଗ୍ୟ, ଶଶି ଥରୁରଙ୍କ ଟୁଇଟ୍‌କୁ ଗୁଜବ ବୋଲି ବର୍ଣ୍ଣନା କରି ଭାଜପା ନେତା କହିଛନ୍ତି ଯେ, ୭୮ ବର୍ଷୀୟା ସୁମିତ୍ରା ମହାଜନ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି। ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ଗୁଜବ।

Share