Categories: ଜାତୀୟ

ଟମାଟର-ଲଙ୍କା ମାଳ ପିନ୍ଧି ବିଧାନସଭାରେ ପହଞ୍ଚିରେ କଂଗ୍ରେସ ବିଧାୟିକା

ଭୋପାଳ,୧୧।୭: ଦେଶରେ ଏବେ ପନିପରିବା ଦର ଆକାଶଛୁଆଁ ରହିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପନିପରିବା ଦର ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟିକା ଏକ ଅଜବ ପନ୍ଥା ଆପଣାଇଛନ୍ତି। ସେ ବେକରେ ଟମାଟର-ଲଙ୍କା ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି।
ରାଗାଁଓର କଂଗ୍ରେସ ବିଧାୟିକା କଳ୍ପନା ବର୍ମା ଟମାଟୋ ଏବଂ ଲଙ୍କାରେ ତିଆରି ମାଳ ପିନ୍ଧି ଗୃହରେ ପହଞ୍ଚିଥିଲେ। ସେ କହିଛନ୍ତି, ଟମାଟୋ ଏବଂ ପନିପରିବା ଦର ବୃଦ୍ଧି ଯୋଗୁ ଜନସାଧାରଣ ଅସୁବିଧାରେ ପଡ଼ିଛନ୍ତି। ମୁଁ ସରକାରଙ୍କ ଯୋଜନାକୁ ବିରୋଧ କରୁଛି। ଏଭଳି ଯୋଜନାଗୁଡ଼ିକର କୌଣସି ଲାଭ ନାହିଁ। ଏହା ଉପରେ ନଗର ଉନ୍ନୟନ ଓ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂ କହିଛନ୍ତି, କେବଳ ମଧ୍ୟପ୍ରଦେଶରେ ଏହା ମହଙ୍ଗା ନୁହେଁ। ରାଜସ୍ଥାନରେ ଆପଣଙ୍କର ସରକାର ଅଛି। ରାଜସ୍ଥାନରେ କିଛି ମହଙ୍ଗା ନୁହେଁ କି? ମାଗଣାରେ ସେଠାରେ କ’ଣ ଉପଲବ୍ଧ? ଟମାଟୋ ଉତ୍ପାଦନ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥାଏ। ଏହା ଋତୁକାଳୀନ ମୁଦ୍ରାସ୍ଫୀତି ଅଟେ।

Share