କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ

ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ ଥିବା କାର୍‌ (ଓଆର୍‌-୧୦ଜି-୦୦୧୮) ଓ ବାଇକ୍‌ (ଓଆର୍‌-୨୪ଏ-୩୫୬୧)ରେ କେହି ନିଆଁ ଲଗାଇ ଦେଇଛନ୍ତି। କାର୍‌ଟି ନିର୍ବାଚନ ପ୍ରଚାରରେ ଲାଗିଥିଲା। ଏହି ଘଟଣାରେ ପୋଲିସ ବିଜେଡି କର୍ମୀ ଯୁଧିଷ୍ଠିର ଗୌଡ଼ଙ୍କୁ ଗିରଫ କରିଛି।

ଝାଡ଼େଶ୍ୱର କୋଡିଙ୍ଗା ଥାନାରେ ଅଭିଯୋଗ କରିବା ପରେ ନବରଙ୍ଗପୁର ଏସ୍‌ପି ପି.ଏସ୍‌. ପରଷୋତ୍ତମ ଦାସ, ପାପଡାହାଣ୍ଡି ଏସ୍‌ଡିପିଓ ଏବଂ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ବିଜେଡିର ଯୁଧିଷ୍ଠିର ଗୌଡଙ୍କ ସହ ପୂର୍ବ ଶତ୍ରୁତା ଥିଲା ବୋଲି ଝାଡେଶ୍ୱର ପୋଲିସ ଆଗରେ କହିଛନ୍ତି। ସେ କଂଗ୍ରେସର ଜିଲା ପରିଷଦ ଓ ସମର୍ଥତ୍ତ ସରପଞ୍ଚ ପ୍ରାର୍ଥୀ ଦେବକୀ ଭାତରାଙ୍କ ପାଇଁ ପ୍ରଚାର କରୁଥିଲେ। ଯୁଧିଷ୍ଠିର ବିଜେଡି ସମର୍ଥକ ପ୍ରାର୍ଥୀ କୌଶଲ୍ୟା ମାଝିଙ୍କ ସପକ୍ଷରେ ବୁଲୁଥିଲେ ବୋଲି ଝାଡେଶ୍ୱର କହିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୨୦/୨୨ରେ ମାମଲା ରୁଜୁ କରି ଯୁଧିଷ୍ଠିରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

Share