Categories: ଜାତୀୟ

ରାହୁଲଙ୍କ ସଦସ୍ୟତା ଫେରାଇ ଦିଆଯିବା ପରେ ଉତ୍ସବ ମନାଇଲେ ‘ଇଣ୍ଡିଆ’ ଏମପି, ଅଖିଲେଶ କହିଲେ ବଢିଲା ବିଶ୍ୱାସ

ନୂଆଦିଲ୍ଲୀ,୭।୮: ଆଜି ସଂସଦର ମୌସୁମୀ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ପହଞ୍ଚିବେ। ରାହୁଲ ଗାନ୍ଧୀ ଦିନ ୧୨ଟା ସମୟରେ ପାର୍ଲାମେଣ୍ଟରେ ପହଞ୍ଚିବେ। ସମସ୍ତ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଗୃହ ଦ୍ୱାରରେ ସ୍ବାଗତ କରିବେ। ରାଜ୍ୟ ସଭା ଏମପି ଇମ୍ରାନ ପ୍ରତାପଗରୀ କହିଛନ୍ତି ଯେ ପାର୍ଲାମେଣ୍ଟର କାନ୍ଥ ରାହୁଲ ଗାନ୍ଧୀଙ୍କୁ ଅପେକ୍ଷା କରିଛି।

ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପୁଣି ମିଳିବାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ‘କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କୁ ତାଙ୍‌କ ସଦସ୍ୟତା ମିଳିବାକୁ ନେଇ ମୁଁ ଅଭିନନ୍ଦନ ଜଣାଉଛି। ମୁଁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅଭିନନ୍ଦନ ଜଣାଉଛି। ଏହି ନିଷ୍ପତ୍ତି ପରେ ଗଣତନ୍ତ୍ର ଏବଂ ନ୍ୟାୟପାଳିକା ଉପରେ ବିଶ୍ୱାସ ବୃଦ୍ଧି ପାଇଛି।

Share