Categories: ଜାତୀୟ

କଂଗ୍ରେସ ନେତାଙ୍କ ଦାବି, ରାୟବରେଲି ନୁହେଁ ଏହି ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ଆକ୍ସନ ମୋଡକୁ ଆସିଛନ୍ତି। ଏପରିକି ଭାଜପା ଏହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାଜପା ପ୍ରଥମ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହି ସମୟରେ କଂଗ୍ରେସ ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିପାରେ। ଏଥି ସହିତ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଏକ ବଡ ଅପଡେଟ ଆସିଛି।
ଏଥର ପ୍ରିୟଙ୍କା ଗାନ୍ଧୀ ରାୟବରେଲି ନୁହେଁ ବରଂ ଦାମନ ଏବଂ ଡିୟୁରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। କଂଗ୍ରେସର ଦାମନ ଏବଂ ଡିୟୁ ଅଧ୍ୟକ୍ଷ କେତନ ପଟେଲ ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଏହି କେନ୍ଦ୍ର ଶାସିତ ଅଞ୍ଚଳର ଜଣେ ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି ଏବଂ ଏଥିପାଇଁ ତଥ୍ୟ ସଂଗ୍ରହ କରିବାକୁ ପାର୍ଟି ହାଇକମାଣ୍ଡ ତାଙ୍କୁ କହିଛନ୍ତି।
କେତନ ପଟେଲ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଦାମନ ଏବଂ ଡିୟୁର ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି। ମୁଁ ଏହି ପ୍ରସ୍ତାବକୁ ସ୍ବାଗତ କରୁଛି ହାଇ କମାଣ୍ଡ ଆମକୁ ତଥ୍ୟ ସଂଗ୍ରହର ଦାୟିତ୍ୱ ଦେଇଛନ୍ତି। ପ୍ରିୟଙ୍କା ଜିଙ୍କ ଆଗମନ ସହିତ ସମଗ୍ର ଦକ୍ଷିଣ ଗୁଜୁରାଟ ଯାହା ସର୍ବଦା କଂଗ୍ରେସ ଏବଂ ସ୍ବରାଷ୍ଟ୍ର ସହିତ ରହିଆସିଛି ଯାହା ଡିୟୁ ନିକଟରେ ଅଛି, ଏହାଂକୁ ଏଥିରେ ଲାଭ ମିଳିବ ବୋଲି ସେ କହିଛନ୍ତି।

Share