Advertisement

ହାତ ଛାଡ଼ି ପଦ୍ମ ଧରିଲେ ପୁରୁଖା ନେତା

କେନ୍ଦୁଝର,୧୮।୧୧(ସ୍ବ.ପ୍ର.): ନଗର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭାଜପା କେନ୍ଦୁଝର ନଗରମଣ୍ଡଳର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଶୁକ୍ରବାର ସ୍ଥାନୀୟ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ଦଳର ପୁରୁଖା ନେତା ସୋମନାଥ ସାହୁ ତାଙ୍କର ୧୦ଜଣ ସହଯୋଗୀଙ୍କ ସହିତ ଭାଜପାର ଯୋଗଦେଇଥିଲେ। ଭାଜପା କର୍ମକର୍ତ୍ତା ସୋମନାଥଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ବୈଠକରେ ମୁଖ୍ୟ ଅତିଥି ଭାବେ ମୋହନ ଚରଣ ମାଝି, ପୌରାଧ୍ୟକ୍ଷ ନୀକୁ ସାହୁ, ରାଣୀ ସୁନଦିନି ଭଞ୍ଜଦେଓ, ନଗର ପ୍ରଭାରୀ ଦିଲ୍ଲୀପ ପଣ୍ଡା, ସଦର ପ୍ରଭାରୀ ରାମଚନ୍ଦ୍ର ସାହୁ, ସଦର ସଂଯୋଜକ ବିବେକା ମହାନ୍ତ, ଜିଲା ଉପସଭାପତି ଗୋପୀନାଥ ରାମ, ଗଣେଶ୍ୱର ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ, ଜିଲା ସମ୍ପାଦକ ଦୀପକ ଜେନା, ସାବିତ୍ରୀ ବିଶ୍ୱାଳ, କଳ୍ପନା ରାଉତ, ଶିବ କୁମାର ରାଠୋର, ପୂର୍ବତନ ଜିଲା ସଭାପତି ଅଶ୍ୱିନୀ ପଟ୍ଟନାୟକ, ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କାଉନସିଲର ଓ ନଗର ମଣ୍ଡଳର ପ୍ରିୟବ୍ରତ ଜେନା, ପ୍ରିୟଙ୍କା ସିଂ, ବବିତା ରାମ, ଅଜୟ ପାତ୍ର, ଦୁର୍ଗା ବାରିକଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share