Categories: ଜାତୀୟ

କଂଗ୍ରେସ ନେତାଙ୍କ ପାକିସ୍ତାନ ପ୍ରେମ: କହିଲେ, ପାକିସ୍ତାନୀମାନେ ଭାରତର ସବୁଠାରୁ ବଡ ସମ୍ପତ୍ତି

ନୂଆଦିଲ୍ଲୀ,୧୨।୨: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଙ୍କର ଆୟାର ପଡୋଶୀ ଦେଶ ପାକିସ୍ତାନ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଲାହୋରରେ ଚାଲିଥିବା ଫୈଜ ଫେଷ୍ଟିଭାଲରେ ସେ ପାକିସ୍ତାନୀମାନଙ୍କୁ ଭାରତର ସବୁଠାରୁ ବଡ ସମ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ‘ହିଜ୍ର କି ରାଖ, ବିଶାଲ କେ ଫୁଲ, ଇଣ୍ଡୋ-ପାକ ଆଫେୟାର୍ସ’ ଶୀର୍ଷକ ଅଧିବେଶନରେ ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ସେ କୌଣସି ଦେଶ ପରିଦର୍ଶନ କରିନାହାଁନ୍ତି. ଯେଉଁଠାରେ ତାଙ୍କୁ ଏହିପରି ଖୋଲା ହାତରେ ସ୍ବାଗତ କରାଯାଇଛି (ପାକିସ୍ତାନ ପ୍ରସଙ୍ଗରେ)।ପାକିସ୍ତାନୀ ଲୋକମାନେ ଅନ୍ୟମାନଙ୍କ ସହିତ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଯଦି ଆମେ ସେମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ତେବେ ସେମାନେ ଅତ୍ୟଧିକ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ଗ୍ରହଣ କରିବେ ଏବଂ ଯଦି ଆମେ ସେମାନଙ୍କ ପ୍ରତି ଶତ୍ରୁତା ଦେଖାଇବୁ, ତେବେ ସେମାନେ ଅଧିକ ଶତ୍ରୁତା ଦେଖାଇବେ। ଭାରତବାସୀ ଯାହା ଭାବୁଛନ୍ତି ତାହାଠାରୁ ପାକିସ୍ତାନ ସମ୍ପୂର୍ଣ୍ଣ ଭିନ୍ନ ଦେଶ।
ମଣିଶଙ୍କର ଏହାପୂର୍ବରୁ ଫେବୃଆରୀ ୩, ୨୦୨୪ରେ ଜୟପୁର ସାହିତ୍ୟ ମହୋତ୍ସବରେ (ରାଜସ୍ଥାନରେ) ଦାବି କରିଥିଲେ – ପାକିସ୍ତାନ ସହ କଥା ହେବାକୁ ମୋଦି ସରକାରଙ୍କର ସାହସ ନାହିଁ। ଆମେ ସର୍ଜିକାଲ ଷ୍ଟ୍ରାଇକ କରିପାରିବା କିନ୍ତୁ ଟେବୁଲ ଉପରେ କଥାବାର୍ତ୍ତା କରିପାରିବୁ ନାହିଁ।

Share