Categories: ଜାତୀୟ

ଦଳ ବଦଳ ଚର୍ଚ୍ଚା ଭିତରେ ଦିଲ୍ଲୀରେ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବୈଠକ, ରାହୁଲ ହେବେ ସାମିଲ

ନୂଆଦିଲ୍ଲୀ,୧୦।୭: ମହାରାଷ୍ଟ୍ରର ଦୁଇଟି ବଡ ବିରୋଧୀ ଦଳ ଶିବସେନା ଓ ଏନସିପି ଏବେ ଭାଜପା ସହ ସରକାରରେ ସାମିଲ ହୋଇଯାଇଛନ୍ତି। ଏହି ଦୁଇ ଦଳର ବହୁ ବିଧାୟକ ଦଳ ବଦଳ କରି ସାରିଲେଣି ଆଉ ଦଳ ଦୁଇଫାଳ ହୋଇଗଲାଣି। ଏବେ କଂଗ୍ରେସ ଏକମାତ୍ର ଦଳ ରହିଛି, ଯେଉଁଥିରୁ କେହି ନେତା ଭାଜପା ସରକାରରେ ସାମିଲ ହୋଇ ନାହାନ୍ତି। ଇତିମଧ୍ୟରେ ଦିଲ୍ଲୀରେ କଂଗ୍ରେସର ବଡବଡ ନେତାଙ୍କର ମହାରାଷ୍ଟ୍ରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ୧୧ ଜୁଲାଇରେ ହେବାକୁ ଯାଉଥିବା ଏହି ବୈଠକରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ।

ବିଶେଷ ସୂତ୍ରର ସୂଚନାରୁ ଜଣାପଡିଛି କି କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଓ ରାହୁଲ ଗାନ୍ଧୀ ବରିଷ୍ଠ ନେତାଙ୍କ ସହ ରାଜ୍ୟର ରାଜନୈତିକ ହାଲଚାଲ ଉପରେ ଚର୍ଚ୍ଚା କରିବେ। ଏହି ସମୟରେ ବିଧାୟକ ଯାହାକୁ ଭୟ କରୁଛନ୍ତି ତାକୁ ନେଇ ବି ଚର୍ଚ୍ଚା କରାଯାଇପାରେ। କାରଣ କିଛି ଦିନ ହେବ ମହାରାଷ୍ଟରେ ବିଧାୟକଙ୍କ ଦଳ ବଦଳ ମୌସୁମୀ ଚାଲିଛି। ଏଭଳି ସ୍ଥିତିରେ କଂଗେଅସକୁ ବି ଦଳରେ ଦ୍ୱନ୍ଦ୍ୱକୁ ନେଇ ଚିନ୍ତା ଘାରୁଛି।

Share