Categories: ଜାତୀୟ

ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ନିଷ୍ପତ୍ତି ନେବେ ଖାର୍ଗେ

ହାଇଦ୍ରାବାଦ,୪।୧୨: ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ପରେ ସରକାର ଗଠନ କରିବା ନେଇ ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ତେଲଙ୍ଗାନା ଦାୟିତ୍ୱରେ ଥିବା ଏଆଇସିସି ଇନ୍‌ଚାର୍ଜ ମାନିକରାଓ ଠାକରେଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।

ବୈଠକ ପରେ ତେଲଙ୍ଗାନାରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ସେନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନିଅନ୍ତୁ ବୋଲି ନବନିର୍ବାଚିତ ବିଧାୟକମାନେ ପ୍ରକାଶ କରିଥିବା ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ନାଟକା ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରକାଶ କରିଛନ୍ତି। ତେଲଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ ଏନେଇ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ବିଧାୟକ ସମର୍ଥନ ଜଣାଇଥିଲେ। ତେବେ କେବେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ, ସେ ନେଇ ଦଳ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନାହିଁ।

ସୂଚନା ଯୋଗ୍ୟ, କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ୩୯ଟି ଆସନରେ ବିଜୟୀ ହୋଇଥିବା ବେଳେ ଭାଜପା ୮ଟି ଆସନ ହାତେଇଛି। ଏପରିକି ଅନ୍ୟାନ୍ୟ ଦଳର ୮ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ସରକାର ଗିବା ପାଇଁ ମ୍ୟାଜିକ ନମ୍ବର ୬୦ ରହିଥିବା ବେଳେ କଂଗ୍ରେସ ପାଖରେ ଏହି ସଂଖ୍ୟା ରହିଛି।

ଏପରି କି ମୁଖ୍ୟମନ୍ତ୍ରୀ ବାଛିବା ପୂର୍ବରୁ ଦଳର ସମସ୍ତ ୬୪ଜଣ ବିଧାୟକଙ୍କ ମତାମତ ନିଆଯିବ। ସମସ୍ତ ବିଧାୟକ ଯେପରି ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ କହିପାରିବେ, ସେଥିପାଇଁ ଶିବକୁମାର ନବନିର୍ବାଚିତ ବିଧାୟକଙ୍କୁ ଭେଟିବେ ବୋଲି ଜଣାପଡିଛି।

Share