ଜୟପୁର, ୧୮।୭: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଗତ ୫ ଦିନ ଧରି ଦିଲ୍ଲୀ ରୋଡ ସ୍ଥିତ ଆଲିଶାନ୍ ରିସୋର୍ଟରେ ରହିଥିବା ୧୦୦ରୁ ଅଧିକ କଂଗ୍ରେସ ବିଧାୟକଙ୍କକୁ ବଡ଼ ପରଦାରେ ହିନ୍ଦୀ ଫିଲ୍ମ ‘ମୋଗଲ-ଇ-ଆଜମ୍’ ଦେଖାଯାଉଛି। ଏଥିରେ ମୋଗଲ ସାମ୍ରାଜ୍ୟ ବିରୋଧରେ ସଲିମ୍ଙ୍କ ବିଦ୍ରୋହ ସିନ୍ ବିଧାୟକଙ୍କୁ ବେଶ୍ ପସନ୍ଦ ଆସିଛି। ବିଧାୟକମାନେ ଏକାଠି ବସି ମୁହଁରେ ମାସ୍କ ପିନ୍ଧି ଫିଲ୍ମ ଦେଖୁଥିତ୍ବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଲିମ୍ ଅନାରକଲୀ ଡାଏଲଗ୍ରେ ବିଧାୟକମାନେ ମନଖୁସିରେ ତାଳି ମାରୁଥିବାର ଦେଖିବାକୁ ମିଳୁଛି। ହିନ୍ଦୀ ଫିଲ୍ମ ‘ମୋଗଲ-ଇ-ଆଜମ୍’ ଭଳି ବିଦ୍ରୋହ ରାଜ୍ୟରେ ହୋଇଛି। ରାଜ୍ୟ ଯୁବ କଂଗ୍ରେସ ନେତା ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସରକାର ବିରୋଧରେ ବିଦ୍ରୋହ କରି ଶେଷରେ ଅସଫଳ ହୋଇଛନ୍ତି।