Categories: ଜାତୀୟ

ସାଢେ ପାଞ୍ଚଟାରେ ସିଏଲପି ମିଟିଂ, କଂଗ୍ରେସ ବିଧାୟକ ବାଛିବେ କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ ଏକାକି କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ରବିବାର ସନ୍ଧ୍ୟା ୫ଟା ୩୦ରେ କଂଗ୍ରେସ ବିଧାୟକ ଦଳ(ସିଏଲପି)ର ବୈଠକ ହେବାକୁ ଯାଉଛି। ଏଥିରେ ବିଧାୟକମାନେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ଲଗାଇବେ।

ଏପଟେ ଦଳ ମଧ୍ୟରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲଢେଇ ଆରମ୍ଭ ହୋଇଗଲାଣି। ବିଧାୟକ ଦଳର ବୈଠକ ପୂର୍ବରୁ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଦାବି କରି ପୋଷ୍ଟର ଲଗାଯାଇଛି।
ଡିକେ ଶିବକୁମାରଙ୍କର ବେଙ୍ଗାଲୁରୁରେ ଥିବା ଘର ବାହାରେ ଏହି ପୋଷ୍ଟର ଲଗାଯାଇଛି। ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶିବକୁମାରଙ୍କ ନାମ ଘୋଷଣା କରିବାକୁ ଦାବି କରାଯାଇଛି। ରବିବାର କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ୧୩୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଦଳକୁ ମିଳିଯାଇଛି ସଂଖ୍ୟା ଗରିଷ୍ଠତା। ୨୨୪ ବିଧାନସଭା ଆସନ ଥିବା କର୍ନାଟକ ବିଧାନସଭାରେ ସରକାର ଗଠନ କରିବାକୁ ୧୧୩ ସଦସ୍ୟଙ୍କର ଆବଶ୍ୟକତା ରହିଛି।

Share