ନୂଆଦିଲ୍ଲୀ,୨୯ ।୫: ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରାଯାଉଛି । ଏହାକୁ ନେଇ ପ୍ରାୟ ସମସ୍ତ ବଡ ବଡ ରାଜନୌତିକ ଦଳ ନିଜ ଭିତରେ କଥାବାର୍ତ୍ତା ଜାରି ରଖିଛନ୍ତି । ଏହାରି ଭିତରେ ସୂଚନା ମିଳିଛି କି ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମଏମ ମଧ୍ୟରେ ବୁଝାମଣା ହୋଇଛି । ଯାହା ଫଳରେ ଜେଏମଏମର ସହଯୋଗରେ କଂଗ୍ରେସକୁ ଝାଡ଼ଖଣ୍ଡରୁ ରାଜ୍ୟ ସଭା ପାଇଁ ଗୋଟିଏ ଆସନ ମିଳିବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।