ନୂଆଦିଲ୍ଲୀ,୨୦ା୧୨: ଲୋକ ସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ଲାଗି ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହ ପରେ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ୨.୦ ଏଥର ହାଇବ୍ରିଡ୍ ମୋଡ୍ରେ ହେବ। ଯାତ୍ରାରେ ଭାଗ ନେବାକୁ ଥିବା ଦଳୀୟ କର୍ମୀ ଏବଂ ସମର୍ଥକମାନେ ପାଦରେ ଚାଲିବା ସହ ଗାଡ଼ି ମଧ୍ୟ ବ୍ୟବହାର କରିବେ। ଉତ୍ତରପୂର୍ବାଞ୍ଚଳର କୌଣସି ରାଜ୍ୟରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଉପରେ ଫୋକସ୍ ରହିବ ବୋଲି ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।