Categories: ଜାତୀୟ

୧୩୮ ଦିନ ପରେ ଲୋକ ସଭା ସଦସ୍ୟତା ଫେରିପାଇଲେ ରାହୁଲ

ନୂଆଦିଲ୍ଲୀ,୭।୮: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିବାର ୩ଦିନ ପରେ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପୁନଃସ୍ଥାପିତ ହୋଇଛି। ବର୍ତ୍ତମାନ କଂଗ୍ରେସ ନେତାମାନେ ସଂସଦର ପ୍ରକ୍ରିୟାରେ ଭାଗ ନେଇପାରିବେ। ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇବା ପରେ ଲୋକ ସଭା ସଚିବାଳୟ ଏ ବାବଦରେ ନିଷ୍ପତ୍ତି ନେଇଛନ୍ତି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇ ଆଣିବା ପାଇଁ କଂଗ୍ରେସ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିଲା।

ନ୍ୟୁଜ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଯଦି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସୋମବାର ସା ସୁଦ୍ଧା ପୁନଃସ୍ଥାପିତ ନ ହୁଏ ତେବେ ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରିପାରିବ। ତେବେ ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପୁନଃସ୍ଥାପିତ ହୋଇଛି। ଏବେ ସେ ପୁଣି ଏମପି ହୋଇଯାଇଛନ୍ତି।

ଲୋକ ସଭା ସଚିବାଳୟ ତରଫରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୨୪, ୨୦୨୩ରେ ଜାରି ବିଜ୍ଞପ୍ତି ଜାରି କରି ସୁପ୍ରିମକୋର୍ଟ ଅଗଷ୍ଟ ୪, ୨୦୨୩ରେ ଏକ ସ୍ବତନ୍ତ୍ର ଆବେଦନ ଉପରେ ୱାୟାନାଡର ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସଦସ୍ୟ ରାହୁଲ ଗାନ୍ଧୀଙ୍କ ଦୋଷ ଉପରେ ରୋକ ଲଗାଇଦେଇଥିଲେ। ଯାହା ବିଷୟରେ ସୁରଟର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ୨୩ ମାର୍ଚ୍ଚ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ।
ଏହା ମଧ୍ୟ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ୪ଅଗଷ୍ଟ ୨୦୨୩ର ଆଦେଶକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ବିଷୟରେ ୨୪ମାର୍ଚ୍ଚ ୨୦୨୩ରେ ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ଅନୁଯାୟୀ ଧାରା ୧୦୨ର ଧାରା ୮ରେ ଉଲ୍ଲେଖ କରାଯାଇଛି।

Share