Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତାକୁ ନେଇ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ

ନୂଆଦିଲ୍ଲୀ,୭।୮: ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତାକୁ ଫେରାଇ ଆଣିବାକୁ ନେଇ ନେଇ କଂଗ୍ରେସ ଦଳ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। ଯଦି ସୋମବାର ସନ୍ଧ୍ୟା ସୁଦ୍ଧା ତାଙ୍କର ସଦସ୍ୟତାକୁ ଫେରାଇ ଦିଆ ନ ଯାଏ ତେବେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଅପିଲ କରାଯିବ। ସମାଚାର ଏଜେନ୍ସି ଏଏନଆଇ ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ମୋଦି ଉପନାମ ବା ସରନେମ ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଥିଲେ।
ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପୁଣି ଥରେ ଫେରାଇବାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇ ସାରିବା ପରେ ଲୋକ ସଭା ସଚିବାଳୟରେ ବିଜ୍ଞପ୍ତି ପ୍ରକାଶ କରିବାରେ କୌଣସି ଅସୁବିଧା ନାହିଁ (ତାଙ୍କ ସଦସ୍ୟତା ଫେରାଇ ଆଣିବା)। ମୁଁ ଭାବୁଛି, ଆଜି ସ୍ପିକର ଏଥିରେ ହସ୍ତକ୍ଷେପ କରିବେ ଏବଂ ଏହା ଘଟିବାକୁ ଯାଉଛ।

Share