Posted inଜାତୀୟ

୩୬ ଘଣ୍ଟା ଭିତରେ ୨ ବରିଷ୍ଠ ନେତାଙ୍କୁ ହରାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୧୧:ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଗତ ଦୁଇ ଦିନ ମଧ୍ୟରେ ଦୁଇଟି ଗଭୀର ଆଘାତ ପାଇଛି। ଗତ ସୋମବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ମୃତ୍ୟୁ ପରେ ଆଜି ଅର୍ଥାତ୍‌ ବୁଧବାର ଭେଟେରାନ କଂଗ୍ରେସ ନେତା ଅହମଦ ପଟେଲଙ୍କ ପରଲୋକ ଘଟିଛି। ଉଭୟ ନେତାଙ୍କୁ କଂଗ୍ରେସର ସବୁଠାରୁ ବିଶ୍ୱସ୍ତ ନେତା ଭାବରେ ଜଣାଶୁଣା ଥିଲେ। ଉଭୟଙ୍କୁ ଗାନ୍ଧୀ ପରିବାରର ନିକଟତମ ବିବେଚନା କରାଯାଉଥିଲା। ଅତୀତରେ ତରୁଣ ଗୋଗୋଇ କଂଗ୍ରେସର ଦୁର୍ଗକୁ ଦୀର୍ଘ ସମୟ ଧରି ରଖିଥିଲେ। ସେତେବେଳେ ଅହମଦ ପଟେଲ ପଶ୍ଚିମ ଏବଂ ଉତ୍ତର ଭାରତରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ, କିନ୍ତୁ ଏବେ ଦୁହେଁ ଏହି ଦୁନିଆକୁ ବିଦାୟ ଦେଇଛନ୍ତି।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରାୟ ପାଞ୍ଚ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିଲେ। ସେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ କାମ କରିଥିଲେ। ପ୍ରତ୍ୟେକ ଥର ଗାନ୍ଧୀ ପରିବାର ତାଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଥିଲେ। ସେହିପରି ଗୁଜୁରାଟରୁ ଆସିଥିବା ଅହମଦ ପଟେଲଙ୍କୁ କଂଗ୍ରେସ ଦଳର ଚାଣକ୍ୟ ଭାବେ ବିବେଚନା କରାଯାଉଥିଲା। ଅହମ୍ମଦ ପଟେଲ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ ଦୀର୍ଘ ଦିନ ଧରି ସୋନିଆ ଗାନ୍ଧୀଙ୍କ ଜଣେ ରାଜନୈତିକ ପରାମର୍ଶଦାତା ଥିଲେ। ଏବେ କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ ଦେଖାଯାଇଥିବାବେଳେ ଏହି ଦୁଇ ନେତାଙ୍କ ପରଳୋକ ଦଳକୁ ବହୁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗୁଳିରେ ବଳାତ୍କାର ଅଭିଯୁକ୍ତଙ୍କ ମୃତ୍ୟୁ

ମୁମ୍ବାଇ,୨୩ା୯:ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା...

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି...

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ...

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri