ହାଇଦ୍ରାବାଦ,୧୬।୧୦: ପାଖେଇ ଆସୁଛି ତେଲଙ୍ଗାନା ବିଧାନସଭା ନିର୍ବାଚନ। ଏହି କ୍ରମରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ପୁଣିଥରେ ତେଲଙ୍ଗାନାରେ କ୍ଷମତା ବଜାୟ ରଖିବାକୁ ନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ଏହାର ମନିଫେଷ୍ଟୋ ପ୍ରକାଶ କରିଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏହି ମନିଫେଷ୍ଟୋରେ ଅନେକ ପ୍ରତିଶୃତି ଦିଆଯାଇଛି। ଏବେ ଏହାକୁ ନେଇ ଅନେକ ବିଷୟରେ ଅନେକ ଆଲୋଚନା ହେଉଛ। ଏଥି ସହିତ ବିଆରଏସକୁ ପରାସ୍ତ କରିବାକୁ ଚାହୁଁଥିବା କଂଗ୍ରେସ ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ। ବିଆରଏସକୁ ପରାସ୍ତ କରିବାକୁ କଂଗ୍ରେସ ଏହାର ମନିଫେଷ୍ଟୋରେ ଆଉ ଏକ ବଡ଼ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି।
ପାର୍ଟି ମନିଫେଷ୍ଟୋ କମିଟିର ସଭାପତି ଡି ଶ୍ରୀଧର ବାବୁ କହିଛନ୍ତି ଯେ ପ୍ରସ୍ତାବିତ ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ ତେଲଙ୍ଗାନାରେ ସମାଜର ଆର୍ଥିକ ତଥା ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ କଂଗ୍ରେସ ୧୦ ଗ୍ରାମ ସୁନା ଏବଂ ୧ ଲକ୍ଷ ଟଙ୍କା ନଗଦ ଦେବାକୁ ଘୋଷଣା କରିପାରେ।
Posted inଜାତୀୟ