Categories: ଜାତୀୟ

କଂଗ୍ରେସର ମାନିଫେଷ୍ଟୋ ଗ୍ୟାରେଣ୍ଟି ଟିସୁ ପେପରଠାରୁ ବି ଖରାପ: କବିତା

ହାଇଦ୍ରାବାଦ୍‌,୧୬।୧୦(୦୭): ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ସଭାପତି କେ ଚନ୍ଦ୍ରଶେଖର ହାଇଦ୍ରାବାଦରେ ଦଳର ମାନିଫେଷ୍ଟୋ ଘୋଷଣା କରିଛନ୍ତି। ମାନିଫେଷ୍ଟୋ ପ୍ରକାଶ ପାଇବା ମାତ୍ରେ ରାଜନୈତିକ ମହଲରେ ବତର୍କ ଆରମ୍ଭ ହୋଇଛି। ବର୍ତ୍ତମାନ ବିଆର୍‌ଏସ୍‌ର ଏମ୍‌ଏଲ୍‌ସି କେ. କବିତା ଭାଜପା ଏବଂ କଂଗ୍ରେସକୁ ଟାର୍ଗେଟ କରିଛି। ମାନିଫେଷ୍ଟୋ ଦେଖିବା ପରେ ଭାଜପା ଓ କଂଗ୍ରେସ ନର୍ଭସ ହୋଇଯାଇଥିବା ସେ କହିଛନ୍ତି।
ବିଆରଏସ ମାନିଫେଷ୍ଟୋରେ ନେଇ କବିତା କହିଛନ୍ତି ଯେ, ଆସନ୍ତା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ମାନିଫେଷ୍ଟୋ ପ୍ରକାଶ କରିଥିବାରୁ ସେ ବହୁତ ଖୁସି ଏବଂ ଗର୍ବିତ। ଏହି ମାନିଫେଷ୍ଟୋ କେବଳ ରାଜ୍ୟ ନୁହେଁ, ଦେଶକୁ ଏକ ଭିନ୍ନ ପଥରେ ନେଇଯିବ। ଆମେ ବହୁତ ଭଲ ନୀତି ନିର୍ଦ୍ଧାରଣରେ ଅଛୁ ଏବଂ ଆମେ ଏହା ଜାରି ରଖିଛୁ। ଆମର ମାନିଫେଷ୍ଟୋ ଆମର ନେତାଙ୍କ ମନର ଏକ ସ୍ପଷ୍ଟ ପ୍ରତିଫଳନ।
କବିତା କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ବିଆରଏସର ମାନିଫେଷ୍ଟୋ ସବୁଥର ପରି ଗରିବ ଲୋକଙ୍କ ବିକାଶ ସହ ଜଡିତ। ଏହା ଦେଖି କଂଗ୍ରେସ ଏବଂ ଭାଜପା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କଂଗ୍ରେସ ରାଜ୍ୟ ସଭାପତି ରେଭାଣ୍ଟ ରେଡ୍ଡୀ କହିଛନ୍ତି ଯେ, ଆମର ମାନିଫେଷ୍ଟୋ ଏକ ରଫ୍‌ ପେପର, ଯଦି ଆମର ମାନିଫେଷ୍ଟୋ ଏକ ରଫ୍‌ ପେପର ତେବେ କଂଗ୍ରେସ ଦଳର ଗ୍ୟାରେଣ୍ଟି ଟିସୁ ପେପର ଅପେକ୍ଷା ଖରାପ। କଂଗ୍ରେସ ଦଳ ୬୫ ବର୍ଷ ସରକାରରେ ରହିଲା, କିନ୍ତୁ ସେମାନେ କେବେ କୃଷକଙ୍କୁ ଉତ୍ସାହିତ କରିବାକୁ ଚିନ୍ତା କରିଥିଲେ କି? କବିତା ଆହୁରି ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ, ସାଢେ ନଅ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଭାଜପା ତେଲେଙ୍ଗାନା ପାଇଁ ଗୋଟିଏ ବି ବିଶେଷ ପ୍ରକଳ୍ପ ଦେଇନାହିଁ। ସେ ସବୁବେଳେ ତେଲେଙ୍ଗାନାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Share