Categories: ଜାତୀୟ

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ…

ନୂଆଦିଲ୍ଲୀ,୧୯।୧୨ : ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ଭାଜପା  ବିଜୟରେ ବାଧା ସୃଷ୍ଟି କରି ଆସନ ହାତେଇବା ଲାଗି ଏହି ସ୍ବତନ୍ତ୍ର ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଦଳ ପକ୍ଷରୁ ଏକ ୫ ସଦସ୍ୟ ବିଶିଷ୍ଟ ଜାତୀୟ ମିଳିତ କମିଟି ଗଠନ କରାଯାଇଛି।

ମୁକୁଲ ୱାସନିକ କମିଟିର ସଂଯୋଜକ ହେବେ। କମିଟିରେ ବରିଷ୍ଠ ନେତା ଅଶୋକ ଗେହଲଟ, ଭୁପେଶ ବଘେଲ, ସଲମାନ ଖୁରସିଦ ଏବଂ ମୋହନ ପ୍ରକାଶ ସଦସ୍ୟ ରହିବେ। କମିଟି ମିଶନ ୨୦୨୪ ପାଇଁ ସ୍ବତନ୍ତ୍ର ଯୋଜନା ଉପରେ ଗୁରୁତ୍ୱାରୋପ କରିବେ।

Share