Categories: ଜାତୀୟ

‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି କଂଗ୍ରେସର ବଡ ପ୍ରଦର୍ଶନ, ପ୍ରେସ କନଫରେନ୍ସ ଜରିଆରେ ସରକାରଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ,୨୬ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ କୁ ବିରୋଧ କରି କଂଗ୍ରେସ ଦିଲ୍ଲୀର ଜନ୍ତର ମନ୍ତରରେ ‘ସତ୍ୟାଗ୍ରହ’ କରି ସାରିଛି । ଏବେ ପାର୍ଟି ସାରା ଦେଶରେ ପ୍ରେସ କନଫରେନ୍ସ ଜରିଆରେ ଏହି ଯୋଜନାକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି । କଂଗ୍ରେସ ରବିବାରଠାରୁ ଦୁଇଦିନ ସାରା ଦେଶର ୨୦ ସହରରେ ଖବରଦାତା ସମ୍ମିଳନୀର ଆୟୋଜନ କରିଛି । ମୋଦି ସରକାରଙ୍କୁ ଟାର୍ଗେଟ କରିବାର କଂଗ୍ରେସର ଏହା ମେଗା ପ୍ଲାନ ବୋଲି କୁହାଯାଉଛି । ରବିବାର ଦଳ ୨୦ ରାଜଧାନୀ ଓ ବଡ ବଡ ସହରରେ ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଫୌଜଙ୍କୁ ବିରୋଧରେ ସାମିଲ କରିବାର ଯୋଜନା କରିଛି ।
କୁହାଯାଉଛି କି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଫୌଜ ଅଗ୍ନିପଥ ଯୋଜନାକୁ ଯୁବକମାନଙ୍କ ସହ ବିଶ୍ୱାସଘାତକତା ଦର୍ଶାଇ ମୋଦି ସରକାରଙ୍କୁ ଘେରିବେ । ସୋମବାର ଦଳର କର୍ମୀ ସାରା ଦେଶରେ ପ୍ରତ୍ୟେକ ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ସଡ଼କକୁ ଓହ୍ଲାଇବେ ବୋଲି କୁହାଯାଇଛି । ତେବେ ଅଗ୍ନିପଥ ଯୋଜନା ସହ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ନେଇ ବିରୋଧ ପ୍ରଦର୍ଶନ କରିବାକୁ କଂଗ୍ରେସ ଯୋଜନା କରିଛି ।

Share