Categories: ଜାତୀୟ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିପାରେ କଂଗ୍ରେସ

ଭୋପାଳ,୨୯।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ଆଗାମୀ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଦଳ ପ୍ରସ୍ତୁତ ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ଟି ଆସନ ଜିତିବାକୁ ଯାଉଛି। ଏଥି ସହିତ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପାର୍ଟି ସୂତ୍ର ଏକ ବଡ଼ ଦାବି କରିଛି। ସୂତ୍ରରୁ ପ୍ରକାଶ ଯେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନାମରେ ସମସ୍ତ ନେତା ଏକମତ ହୋଇଛନ୍ତି। ବିଶ୍ୱାସ ରହିଛି ଯେ, ନିର୍ବାଚନ ପୂର୍ବରୁ କଂଗ୍ରେସ ଆନୁଷ୍ଠାନିକ ଭାବେ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରିବ।
ସୋମବାର ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ କର୍ନାଟକର ପୁନରାବୃତ୍ତି କରିବୁ। କର୍ନାଟକରେ ୧୩୬ ଟି ସିଟ ପାଇଛୁ। ଆଉ ମଧ୍ୟପ୍ରଦେଶରେ ମଧ୍ୟ ୧୫୦ ସିଟ୍‌ ପାଇବାକୁ ଯାଉଛୁ।

Share