ରାଞ୍ଚି,୮।୩: ଆଜି ବିଶ୍ୱ ମହିଳା ଦିବସ। ପ୍ରତିବର୍ଷ ପରି, ଏଥର ମଧ୍ୟ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ କରାଯାଉଛି। ଏହି ଅବସରରେ ଝାଡଖଣ୍ଡ କଂଗ୍ରେସ ବିଧାୟିକା ଅମ୍ବା ପ୍ରସାଦ ମଙ୍ଗଳବାର ଘୋଡା ଚଢି ବିଧାନସଭାରେ ପହଞ୍ଚିଥିଲେ। ୩୧ ବର୍ଷିୟା ଅମ୍ବା ପ୍ରସାଦ ଝାଡଖଣ୍ଡର ରାମଗଡ ଜିଲାର ବାରକାଗୋନ ବିଧାନସଭା ନିର୍ବାଚନମଣ୍ଡଳୀର ବିଧୟେିକା ଅଛନ୍ତି। ଏହି ବିଶେଷ ଉତ୍ସବରେ ସେ କହିଛନ୍ତି, ପ୍ରତ୍ୟେକ ମହିଳାଙ୍କଠାରେ ଦୁର୍ଗା ଏବଂ ଝାନସୀ ରାଣୀ ହେବାର ଦକ୍ଷତା ଅଛି। ତେଣୁ ସାହସର ସହିତ ପ୍ରତ୍ୟେକ ଚ୍ୟାଲେଞ୍ଜର ସାମ୍ନା କରନ୍ତୁ।
ଆମ ସମାଜରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ, ରାଜନୈତିକ, ସାମାଜିକ ସମେତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସେମାନଙ୍କୁ ଅଧିକାର ବିଷୟରେ ଅବଗତ କରାଇବା ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ । ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସର ବିଷୟବସ୍ତୁ ହେଉଛି ‘ଏକ ସ୍ଥାୟୀ ଆସନ୍ତାକାଲି ପାଇଁ ଆଜି ଲିଙ୍ଗଗତ ସମାନତା’।
#WATCH Congress MLA Amba Prasad rides a horse to Jharkhand Assembly on #InternationalWomensDay2022
There is Durga, Jhansi ki Rani in every woman, she should face every challenge with strength. Parents must educate their daughters as women are doing well in every field,she says. pic.twitter.com/dUAT2kX2BD
— ANI (@ANI) March 8, 2022