Categories: ଜାତୀୟ

କଂଗ୍ରେସ ବିଧାୟକ ଗିରଫ

ଚଣ୍ଡିଗଡ,୨୮।୯: ପଞ୍ଜାବ ପୋଲିସ ପଞ୍ଜାବ କଂଗ୍ରେସ ବିଧାୟକ ସୁଖପାଲ ଖଇରାଙ୍କୁ ପୋଲିସ ଗିରଫ କରିଛି। ପଞ୍ଜାବର ଭୁଲଥାରୁ କଂଗ୍ରେସ ବିଧାୟକ ସୁଖପାଲଙ୍କୁ ଗୁରୁବାର ଦିନ ପ୍ରାୟ ୫ଟା ସମୟରେ ଜଲାଲାବାଦ ପୋଲିସ ଗିରଫ କରିଥିଲା। ତାଙ୍କୁ ଗିରଫ କରିବା ପାଇଁ ଜଲାଲାବାଦ ପୋଲିସ ଚଣ୍ଡିଗଡ଼ର ଖଇରାଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ କହିଛି ଯେ, ତାଙ୍କ ବିରୋଧରେ ଏକ ପୁରୁଣା ଏନଡିପିଏସ ଆକ୍ଟ ମାମଲା ରହିଥିଲା ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ତାଙ୍କୁ ଗିରଫ କରାଯାଇଥିଲା। ତେବେ କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାଗବତ ମାନ ତାଙ୍କ ବିରୋଧରେ ଶତ୍ରୁତା ଆଚରଣ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆଜି ୧୧.୧୫ରେ ସୁଖପାଲ ଜଲାଲାବାଦ କୋର୍ଟରେ ହାଜର ହେବେ।
ସୂଚନାନୁସାରେ, ମାର୍ଚ୍ଚ ୫, ୨୦୧୫ରେ ଜାଲାଲାବାଦ ପୋଲିସ ଷ୍ଟେଶନ ସାଦର ପୋଲିସ ହେରୋଇନ୍‌ ଏବଂ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କାପୁରଥାଲାର ଜଣେ ଅଭିଯୁକ୍ତଙ୍କୁ ସୁଖପାଲ ଖଇରା ସୁପାରିଶ କରିଥିଲେ। ପରେ ସୁଖପାଲ ସିଂ ଖଇରାଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା।

Share