Categories: ଜାତୀୟ

ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ଝଟକା, ଜଣେ ମାତ୍ର ବିଧାୟକ ବାୟରନ ବିଶ୍ୱାସ ଧରିଲେ ଟିଏମସିର ହାତ

କୋଲକାତା,୨୯।୫: ଗୋଟିଏ ପଟେ ଦେଶର କିଛି ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ଏବେ କିନ୍ତୁ ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ଝଟକା ଲାଗିଛି। ସାଗରଦିଘିର ଏକମାତ୍ର କଂଗ୍ରେସ ବିଧାୟକ ବାୟରନ ବିଶ୍ୱାସ ତ୍ରୁଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି। ସେ ବିଜୟୀ ହେବାର ୩ ମାସ ପରେ ଟିଏମସିରେ ଯୋଗ ଦେଇଛନ୍ତି। ବାୟରନ ସୋମବାର ପଶ୍ଚିମ ମେଦିନିପୁରର ଘାଟଲରେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ବାୟରନ ବିଧାନସଭାରେ ଏକମାତ୍ର କଂଗ୍ରେସ ବିଧାୟକ ଥିଲେ। ଏମିତି ବି ସେ ଦଳ ବଦଳ ବିରୋଧୀ ଆଇନର ପରିସରରେ ଆସିବେ ନାହିଁ। କଂଗ୍ରେସ ବିଧାୟକ ସାମିଲ ହେବାକୁ ନେଇ ଟିଏମସି ତାଙ୍କୁ ସହୃଦୟ ଦଳକୁ ସ୍ବାଗତ କରିଛି। ଟିଏମସି କହିଛି, ଭାଜପାର ବିଭାଜନକାରୀ ଓ ଭେଦଭାବପୂର୍ଣ୍ଣ ରାଜନୀତି ବିରୋଧରେ ଲଢିବାର ସଂକଳ୍ପକୁ ମଜଭୁତ କରିବାକୁ ଆପଣ ଠିକ ମଞ୍ଚ ବାଛିଛନ୍ତି, ଏକାଠି ଆମେ ଜିତିବା।

Share