Categories: ଜାତୀୟ

ରାହୁଲଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୩୦।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଛି। ଭାଜପା ନେତା ମଧ୍ୟପ୍ରଦେଶର କୃଷି ମନ୍ତ୍ରୀ କମଲ ପଟେଲ ଭାରତ ଯୋଡୋ ଯାତ୍ରା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, କଂଗ୍ରେସ କର୍ମୀମାନେ ପ୍ରଥମେ ନିଜକୁ ଯୋଡିବା ଉଚିତ୍‌। କୃଷି ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ନେତା ତଥା ବିଧାୟକ କୁନାଲ ଚୌଧୁରୀ ରାହୁଲ ଗାନ୍ଧୀଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କରିଛନ୍ତି। କୁନାଲ କହିଛନ୍ତି, ପ୍ରଭୁ ରାମ ଯେଉଁଭଳି ଭାବରେ ବନବାସ ସମୟରେ ଦଳିତ, ଶୋଷିତ ଏବଂ ନିଷ୍ପେସିତଙ୍କୁ ଯୋଡିବା କାର୍ଯ୍ୟ କରିଥିଲେ। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଦଳିତ, ଶୋଷିତ ଏବଂ ନିଷ୍ପେସିତ ଲୋକଙ୍କୁ ଯୋଡିବା ପାଇଁ କାର୍ଯ୍ୟ କରୁଛନ୍ତି। ରାହୁଲ ଦେଶ ବେକାରୀ ସମସ୍ୟା, ଚାଷୀଙ୍କ ସମସ୍ୟା, ଦାରିଦ୍ର୍ୟ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହା ରାଜନୀତିର ସବୁଠୁ ବଡ଼ ଯାତ୍ରା, ଯାହା କନ୍ୟାକୁମାରୀରୁ କଶ୍ମୀରକୁ ଯିବ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ପ୍ରସ୍ତୁତିର ଆକଳନ କରିବାକୁ ଖଣ୍ଡୱା ପହଞ୍ଚିବା ପରେ କୁନାଲ ଏହା କହିଛନ୍ତି।

Share